History, asked by manojsai98, 7 months ago

ଭାରତର ସମ୍ଭିଧାନ ରେ କେତେଗୋଟି ଧାରା ରହିଛି?​

Answers

Answered by Anonymous
1

Answer:

ସେଆର କରନ୍ତୁ

Views

ଦେଖନ୍ତୁ ସମ୍ପାଦନ କରନ୍ତୁ Suggest contributors

State: Open for Edit

ଭାରତରେ କୃଷି

ଭାରତରେ କୃଷିର ପ୍ରକାର ଭେଦ

ଭାରତୀୟ କୃଷିର ପ୍ରଧାନ ଲକ୍ଷଣ

ଭାରତର ପ୍ରଧାନ ଶସ୍ୟ

ଖାଦ୍ୟ ଶସ୍ୟ

ଭାରତରେ କୃଷିର ପ୍ରକାର ଭେଦ

ତୁମେ ଭାରତୀୟ ଭୂଗଠନ ସମ୍ବନ୍ଧରେ ପୂର୍ବରୁ ପଢିଅଛ  । ଏହି ଦେଶରେ ହିମାଳୟ ପର୍ବତ ଶ୍ରେଣୀ, ପଶ୍ଚିମରେ ଜାମ୍ମୁକାଶ୍ମୀରଠାରୁ ଉତ୍ତର ପୂର୍ବରେ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବିସ୍ତ୍ରୁତ  । ପୂର୍ବଘାଟ ଏବଂ ପଶ୍ଚିମଘାଟ ନାମରେ ପର୍ବତ ଶ୍ରେଣୀ ଏଠାରେ ରହିଅଛି  । ଇଣ୍ଡୋ-ଗଙ୍ଗା ନାମରେ ଭାରତର ଏକ ବଡ ସମତଳ ଭୂମି ଅଛି ଯାହାକି ପୃଥିବୀର ବଡ ସମତଳ ଭୂମିମାନଙ୍କ ମଧ୍ୟରେ ଅନ୍ୟତମ ଅଟେ  । ମଧ୍ୟଭାଗ ମାଳଭୂମି ରୂପରେ ବିଦ୍ୟମାନ  । ଭୂମିରୂପରେ ବ୍ୟତିକ୍ରମ ବ୍ୟତୀତ ଜଳବାୟୁ ଅବସ୍ଥାରେ ବିଭିନ୍ନତା ଏବଂ ମୃତ୍ତିକାରେ ପ୍ରକାର ଭେଦ ଏହି ଦେଶରେ ରହିଅଛି  । ଏହି ପ୍ରାକୃତିକ ବିଭିନ୍ନତା ବ୍ୟତୀତ ଅନ୍ୟ କାରକ ମଧ୍ୟ ରହିଅଛି  । ସେଗୁଡିକ ହେଲା ଜଳ ସେଚନର ସୁଲଭତା, ଯନ୍ତ୍ରପାତିର ବ୍ୟବହାର, ଆଧୁନିକ କୃଷି ଉତ୍ପାଦନ ଯଥା ଅଧିକ ଅମଳକ୍ଷମ ବିହନ, କୀଟନାଶ ପାଇଁ କୀଟନାଶକର ବ୍ୟବହାର  ।

ପ୍ରୟୋଜନ ଭିତ୍ତିକ ଏବଂ ବାଣିଜ୍ୟ ଭିତ୍ତିକ କୃଷି : -ଭାରତରେ ଅଧିକାଂଶ କୃଷକ ପ୍ରୟୋଜନ ଭିତ୍ତିକ କୃଷି କରିଥାନ୍ତି । ନିଜର ବ୍ୟବହାର ପାଇଁ କୃଷି କରିବା ଏହାର ଅର୍ଥ ଅଟେ  । ଅନ୍ୟ କଥାରେ କହିବାକୁ ଗଲେ  । ସମୁଦାୟ ଉତ୍ପାଦନ କୃଷକ ଏବଂ ସେମାନଙ୍କର ପରିବାରଙ୍କ ବ୍ୟବହାରରେ ଲାଗିଥାଏ  । ସେମାନଙ୍କ ପାଖରେ ବଜାରରେ ବିକ୍ରୟ କରିବାକୁ ବଳକା ଶସ୍ୟ ନଥାଏ  । ଏହି ପ୍ରକାର କୃଷିରେ କୃଷିକ୍ଷେତ୍ର ଛୋଟ ଏବଂ କ୍ଷୁଦ୍ର ହୋଇଥାଏ  । କୃଷି ପ୍ରଣାଳୀ ପୁରୁଣାକାଳିଆ ଢଙ୍ଗରେ ସରଲା ଉପାୟରେ ହୋଇଥାଏ । ଅନ୍ୟ କଥାରେ କହିବାକୁ ଗଲେ ଟ୍ରାକ୍ଟର ପରି ଆଧୁନିକ ଯନ୍ତ୍ରପାତିର ଅନୁପସ୍ଥିତି ଏବଂ ରାସାୟନିକ ସାର, କୀଟନାଶକ ଔଷଧର ମଧ୍ୟ ଅନୁପସ୍ଥିତି ଏହି ଚାଷରେ ପରିଲକ୍ଷିତ ହୋଇଥାଏ  । ଏହି କୃଷିରେ କୃଷକ ବିଶେଷ କରି ଖାଦ୍ୟ ଶସ୍ୟ, ତୈଳବୀଜ, ଡାଲିଜାତୀୟ ଶସ୍ୟ, ପନିପରିବା ଏବଂ ଆଖୁ ଚାଷ କରିଥାଏ  । ବାଣିଜ୍ୟିକ କୃଷି, ପ୍ରୟୋଜନିକ କୃଷିର ଠିକ୍ ଓଲଟା ଅଟେ  । ଏହି କୃଷିରେ କୃଷି ଉତ୍ପାଦନଗୁଡିକୁ ଟଙ୍କା ରୋଜଗାଳ ପାଇଁ ବଜାରରେ ବିକ୍ରୟ କରାଯାଏ । ଏହି ପ୍ରଣାଳୀରେ କୃଷକମାନେ ଆଧୁନିକ ଯନ୍ତ୍ରପାତି, କୃତ୍ରିମ ସାର, କୀଟନାଶକ ଔଷଧ, ଅମଳକ୍ଷମ ବିହନ ବ୍ୟବହାର କରନ୍ତି ଏବଂ ଜଳସେଚନ ମଧ୍ୟ କରିଥାନ୍ତି  । କପା, ଝୋଟ, ଆଖୁ, ଚିନାବାଦାମ ପ୍ରଭୃତି ଆମ ଦେଶର ପ୍ରଧାନ ବାଣିଜ୍ୟିକ କୃଷି ଅଟେ  । ଯାହାକାୟ ଦେଶର ବିଭିନ୍ନ ସ୍ଥାନରେ ଚାଷ କରାଯାଏ  । ଯଦି ହରିୟାଣାର ଲୋକେ ରୁଟି ଖାଆନ୍ତି, ବାଣିଜ୍ୟ ଉଦ୍ଦେଶ୍ୟରେ ସେଠାରେ ଧାନ ଚାଷ କରାଯାଏ  । ଭାରତର ପୂର୍ବ ଏବଂ ଉତ୍ତର ପୂର୍ବ ଅଞ୍ଚଳରେ ଧାନ ଚାଷଟା ହେଉଛି ପ୍ରୟୋଜନ ଭିତ୍ତିକ କୃଷି  ।

ସଘନ କୃଷି ଏବଂ ବ୍ୟାପକ କୃଷି : - ଉଭୟ ମଧ୍ୟରେ ମୂଳ ପାର୍ଥକ୍ଯ ହେଉଅଛି ୟୁନିଟ ପିଛା ଉତ୍ପାଦନ କ୍ଷେତ୍ରରେ କମ୍, ବେଶି  । ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ପୂର୍ବ ସୋଭିଏତ ଋଷ ତୁଳନାରେ ଭାରତ ସଘନ କୃଷିରେ ତାଙ୍କର ସମକକ୍ଷ ନୁହେଁ  । ଯେତେବେଳେ ଆମେ ବିସ୍ତୃତ ଅଞ୍ଚଳରେ ଚାଷ କରୁ ତାକୁ ସଘନ କୃଷି କହୁ  । ଏଠାରେ ସମୁଦାୟ ଉତ୍ପାଦନ ଅଧିକ ହୋଇପାରେ କିନ୍ତୁ ୟୁନିଟ ପିଛା ଉତ୍ପାଦନ କମ୍ ଅଟେ  । ଭାରତର ପଞ୍ଜାବ ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ସଘନ କୃଷି କରାଯାଉଅଛି  । ଏକର ପିଛା ଅଧିକ ଉତ୍ପାଦନକୁ ରେକର୍ଡ କରାଯାଇଅଛି  । ଜାପାନ ହେଉଛି ସଘନ କୃଷିର ଉଦାହରଣ କାରଣ ଏଠାରେ ଥିବା କମ୍ ଜମିରେ ଅଧିକ ଉତ୍ପାଦନ କରାଯାଉଅଛି  । ଏହି ପ୍ରକାର ପରିସ୍ଥିତି ଭାରତର କେରଳ ରାଜ୍ୟରେ ଅନୁସରଣ କରାଯାଉଅଛି  ।

ରୋପଣ କୃଷି : - ରୋପଣ କୃଷି ହେଉଛି କୃତ୍ରିମ ଏବଂ ସ୍ଥିତି ସ୍ଥାପନ କୃଷି  । ଏହା ହେଉଛି ଗୋଟିଏ ଅଞ୍ଚଳ ଯେଉଁଠାରେ ବିକ୍ରି ଉଦ୍ଦେଶ୍ୟରେ ଅର୍ଥକାରୀ ଫସଲ ଉତ୍ପାଦନ କରାଯାଏ  । ଏହି କୃଷି ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବିକ୍ରି ଉଦ୍ଦେଶ୍ୟରେ କରାଯାଉଥିବା ଅର୍ଥକାରୀ ଫସଲ ସହିତ ସଂଶ୍ଲିଷ୍ଟ  । ଚା, କଫି, ରବର, କଦଳୀ ଏବଂ ମସଲା ରୋପଣ କୃଷି ଉଦାହରଣ ଅଟେ  । ଉନ୍ନବିଂଶ ଶତାବ୍ଦୀରେ ଭାରତରେ ଇଂରେଜମାନଙ୍କ ଦ୍ଵାରା ଏହି ପ୍ରକାର କୃଷି ପ୍ରବର୍ତ୍ତନ କରଯାଇଥିଲା  ।

ମିଶ୍ରିତ କୃଷି : - ପର୍ଯ୍ୟାୟ କ୍ରମେ ଯେଉଁ ଅଞ୍ଚଳରେ କୃଷି ଉତ୍ପାଦନ ସହିତ ପଶୁପାଳନ କରାଯାଏ ତାକୁ ମିଶ୍ରିତ କୃଷି କହନ୍ତି  । ଏଠାର କୃଷକ ମିଶ୍ରିତ କୃଷି କରି ଅନ୍ୟ କୃଷି ଅପେକ୍ଷା ଆର୍ଥିକ କ୍ଷେତ୍ରରେ ଅଧିକ ସ୍ଵଚ୍ଛଳ ଅଟନ୍ତି  ।

ସବୁ ପ୍ରକାର କୃଷିର ଶ୍ରେଣୀ ବିଭାଗ, ପ୍ରକୃତି ଏବଂ ଉଦ୍ଦେଶ୍ୟ ଉପରେ ନିର୍ଭରଶୀଳ ଅଟେ  । କଦଳୀଚାଷ ରୋପଣ କୃଷିର ଅନ୍ତର୍ଗତ  । ଏହାକୁ ମଧ୍ୟ ବାଣିଜ୍ୟିକ କୃଷିର ଶ୍ରେଣୀଭୁକ୍ତ କରାଯାଇପାରେ  ।

Explanation:

hope this helps you !

Similar questions