ଆମର ରାସ୍ତାରେ ଦୁର୍ଘଟଣା ହେଲେ ସହଜରେ ଘରେ ପହଞ୍ଚାଇବା ପାଇଁ ଆମେ କଣ କରିବା ?
Answers
ସଂକଳକ
ପ୍ରଫେସର ଡକ୍ଟର୍ ଜଗନ୍ନାଥ ମହାନ୍ତି
ଅଧ୍ୟକ୍ଷ
ମାଣିକ- ବିଶ୍ୱନାଥ ଦାତବ୍ୟ ସ୍ମୃତିନ୍ୟାସ
ଭୁବନେଶ୍ୱର
ପ୍ରକାଶକ:
ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ
ବିନୋଦ ବିହାରୀ, କଟକ-୨
ଓଡ଼ିଶାର ସ୍ମରଣୀୟ ଶିକ୍ଷକ ବୃନ୍ଦ
(ଜୀବନଲେଖା)
ସଂକଳକ:
ପ୍ରଫେସର ଡକ୍ଟର ଜଗନ୍ନାଥ ମହାନ୍ତି,
ଅଧ୍ଯକ୍ଷ
ମାଣିକ-ବିଶ୍ବନାଥ ଦାତବ୍ଯ ସ୍ମୃତିନ୍ଯାସ,
୨୯୩୫,ଗୌରୀନଗର,ଭୁବନେଶ୍ବର-୭୫୧୦୦୨
ଶ୍ରୀମତୀ ଆହ୍ଲାଦ ମୋହିନୀ ମହାନ୍ତି
ପ୍ରକାଶକ:
ଶ୍ରୀ ଗଙ୍ଗାଧର ତ୍ରୀପାଠୀ
ପ୍ରାଚୀ ସାହିତ୍ଯ ପ୍ରତିଷ୍ଠାନ
ବିନୋଦ ବିହାରୀ,କଟକ-୨
ପ୍ରଥମ ପ୍ରକାଶ:- ୨୦୦୦
ଅକ୍ଷର ସଜ୍ଜା:
ଜଗନ୍ନାଥ ଏଣ୍ଟରପ୍ରାଇଜ୍
ରବି ଟକିଜ ଛକ, ଭୁବନେଶ୍ବର-୨
ପ୍ରଚ୍ଛଦପଟ୍ଟ: ବ୍ରଜ କିଶୋର ଜେନା
ମୁଦ୍ରଣ: ସୁରେଖା ପ୍ରିଣ୍ଟର୍ସ
ମୂଲ୍ଯ -ଟ ୧୨୦•୦୦
ଉତ୍ସର୍ଗ
ଯେଉଁମାନେ
ଶିକ୍ଷାଦାନକୁ ଜୀବନର ବ୍ରତ
ଭାବରେ ଗ୍ରହଣ କରି ନିଜେ ସଳିତା ପରି
ଜଳି ହଳି ସହସ୍ର ଦୀପାବଳିକୁ ଜଳାଇଛନ୍ତି ଏବଂ ବହୁ
ପ୍ରକାରେ ସମାଜର ସେବା କରି କାଳର କରାଳ ସ୍ରୋତରେ
ହଜି ଯାଉଛନ୍ତି, ସେହି ମହାର୍ଘ ରତ୍ନମାନଙ୍କୁ ସାଉଁଟି
ସେମାନଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ଯରେ ଏହି
ଜୀବନାଲେଖ୍ଯଟି ଉତ୍ସର୍ଗିତ ହେଲା ।
ଜଗନ୍ନାଥ
ଭୂମିକା
"ଶିକ୍ଷକ ସେ ଅଲିଭା ଆଲୋକ" ୧୯୭୫ ମସିହାରେ ପ୍ରକାଶିତ ହେଲା, ଯେଉଁଥିରେ ସ୍ଥାନିତ ହୋଇଥିଲା,ବହୁ ପ୍ରବୀଣ ଓ ନବୀନ କଥାକାରମାନଙ୍କର ଏକ ଭିନ୍ନ ସ୍ୱାଦ, ଭିନ୍ନ ସମ୍ବେଦନାର କାହାଣୀ । ଏହି ଗଛଗୁଡ଼ିକ ଗୋଟିଏ ସୂତ୍ରରେ ଗ୍ରଥତ ଏବଂ ଏହି ସୂତ୍ରଟି ହେଲା ସମାଜସେବୀ,ଛାତ୍ରବତ୍ସଳ ଓ ପ୍ରତିଭାବାନ୍ ଶିକ୍ଷକମାନଙ୍କର ଚରିତାଲେଖ୍ୟ । ୧୯୮୫ ମସିହାରେ ଏହି ପୁସ୍ତକର ଦ୍ବିତୀୟ ସଂସ୍କରଣରେ ପ୍ରକାଶନର ସୌଭାଗ୍ୟ ଲାଭ କଲାବେଳେ ମୋ ମନରେ ଉଙ୍କିମାରିଲା ଗୋଟିଏ ସ୍ୱପ୍ନ । ଏମିତି ମନଗଢା କାହାଣୀ ଅପେକ୍ଷା ବାସ୍ତବ ସତ୍ୟନିଷ୍ଠ ଜୀବନାଦର୍ଶ ଓ ଜୀବନାଲେଖ୍ୟ ରଚିତ ହେଲେ କେତେ ଭଲ ନ ହୁଅନ୍ତା !
ଏହି ଦୃଷ୍ଟିରୁ ସମ୍ବାଦପତ୍ର ଓ ବ୍ୟକ୍ତିଗତ ପତ୍ର ମାଧମରେ ଶିକ୍ଷକ ବନ୍ଧୁମାନଙ୍କୁ ଅନୁରୋଧ କଲି । କୃତବିଦ୍ୟ ଶିକ୍ଷକ ଯେଉଁମାନେ ଆମ ଓଡ଼ିଶାର ଶିକ୍ଷା ଜଗକୁ ସ୍ୱପ୍ରତିଭା, ନିଜୀବନ ସାଧନାରେ ମହିମାମଣ୍ଡିତ କରିଛନ୍ତି, ସ୍ତ୍ରୀୟ ଅକୃତ୍ରିମ ସ୍ନେହ ଓ ସୌହାର୍ଘ୍ୟର ଜଳ ସିଞ୍ଚନରେ ଅଗଣିତ ଛାତ୍ରଛାତ୍ରୀ -ଅଙ୍କୁରମାନଙ୍କୁ "ପୃଷ୍ପତ୍ପଳସମତି ବିନସ୍ପତିରେ ପରିଣତ କରିଛନ୍ତି, ସେମାନଙ୍କୁ ସ୍ମରଣ କରିବା ଓ ସ୍ମରଣୀୟ କରି ରଖିବା ଆମର ପବିତ୍ରତମ କର୍ତ୍ତବ୍ୟ । ଏ ଉପାୟରେ ଆମେ ଋଷିଋଣରୁ କିଞ୍ଚିତ ମୁକ୍ତ ହେବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ପିଢିଙ୍କ ପାଇଁ ଆଦର୍ଶ ଆଲୋକ-ବର୍ତ୍ତିକା ଜାଳିଦେବା । ଶିକ୍ଷକମାନଙ୍କ ଜୀବନୀ ଗତାନୁଗତିକ ଶୈଳୀରେ ଲେଖି ଯାଇ ସେଥିରେ କେତାଟି ଶିକ୍ଷାପ୍ରଦ ଓ ପ୍ରେରଣାଦାୟକ ବାସ୍ତବ ଘଟଣାର ସାନ୍ନିବାସ ଆକର୍ଷଣୀୟ ଓ ସୁପାଠ୍ୟ କରିତୋଳିବ, ଏହିପରି ଏକ ପରିକଳ୍ପନା ଜାଗରୂକ ହେଲା ।
ବହୁ ଜୀବନୀ ମୋର ହସ୍ତଗତ ହେଲା । ତେଜ ବନ୍ଧୁ ଉତ୍ସାହବ୍ୟଞ୍ଜକ ପତ୍ର ବି ଦେଲେ । ସେମାନଙ୍କ ମଧ୍ୟରେ ତିନିଜଣ ସମପ୍ରାଣ ବଂଧୁଙ୍କ ନାମ ବଡ଼ ଉଲ୍ଲେଖିନୀୟ । ସେମାନେ ହେଲେ ସର୍ବଶ୍ରୀ ରମେଶଚନ୍ଦ୍ର ଚକ୍ରବର୍ତ୍ତୀ, ରବୀନ୍ଦ୍ର କୁମାର ପ୍ରହରାଜ ଓ ଭାଗୀରଥ ନୀୟକ । ବାରମ୍ବାର ସ୍ପଷ୍ଟୀକରଣ ଦେଲେ ମଧ୍ୟ କେତେକଙ୍କ ଜୀବନୀ ଓ ଲେଖା ସ୍ୱପ୍ଣନୁରୂପ ହେଲା ନାହିଁ । ତେଣୁ ମୁଁ ଭାବିଲି, ଏକ କର୍ମଶାଳାରେ ପ୍ରବୀଣ ଓ ଲେଖକମାନଙ୍କ ସମାବେଶରେ ଉକ୍ତ ଜୀବନୀ' ରଚନାର ଧାରା ତଥା ମାର୍ଗଦର୍ଶୀ (Guiding Principles) ସ୍ଥିର କରାଯିବ । ଏଥିପାଇଁ ସାହାଯ୍ୟ ଲୋଡ଼ିଲି ଭାରତ ସରକା ଶିକ୍ଷା ମନ୍ତ୍ରଣାଳୟରୁ । ମାତ୍ର ସେଠାରୁ ବିଫଲ୍ ହେଲାପରେ ରାଷ୍ଟ୍ରୀୟ ଶିକ୍ଷା ଯୋଜନା