୧.
ଉତ୍ତର କୁହ :
(କ) ଶିଷ୍ୟ ଜଣକ ଗୁରୁଙ୍କ ପ୍ରଶ୍ନର ବି ଉତ୍ତର ଦେଇଥିଲେ ?
(ଖ) ଚରକ କେଉଁ ଶାସ୍ତ୍ର ଲେଶ୍ୱ ପ୍ରସିଦ୍ଧି ଲାଭ କରିଛନ୍ତି ? ।
(ଗ) ବୃକ୍ଷରୋପଣ ଅଧ୍ବକ ପୁଣ୍ୟକାର୍ଯ୍ୟ ବୋଲି କାହିଁକି କୁହାଯାଇଛି ?
(ଘ) ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବୃକ୍ଷଲତା କ’ଣ କରନ୍ତି ?
(ଡି) ବୃକ୍ଷଲତା ନିକଟରେ ଆମେ ଋଣୀ ବୋଲି କହିବାର କାରଣ କ’ଣ ? ।
୨. ଉତ୍ତର ଲେଖ :
(କ) ଆମ ଓଡ଼ିଶାର କେଉଁ ଅଞ୍ଚଳରେ ଅଳ୍ପବୃଷ୍ଟି ହୋଇଥାଏ ?
(ଖ) ଜଙ୍ଗଲ କାଟିଦେବାଦ୍ୱାରା ଆମର କି କି କ୍ଷତି ହେଉଛି ?
(ଗ) ବୃକ୍ଷଲତାକୁ ‘ସବୁଜ ସ୍ଵର୍ଣ’ ବୋଲି କହିବାର ଯଥାର୍ଥତା କ'ଣ ?
Answers
୧.ଉତ୍ତର କୁହ :
(କ) ଶିଷ୍ୟ ଜଣକ ଗୁରୁଙ୍କ ପ୍ରଶ୍ନର ବି ଉତ୍ତର ଦେଇଥିଲେ ?
➺ ଶିକ୍ଷ୍ୟ ଜଣକ ଗୁରୁଙ୍କୁ କହିଲେ ' ଗୁରୁଦେବ,ମୁଁ କେତେ ଗାଁଗଣ୍ଡା, ବଣ ଜଙ୍ଗଲ , ପହଡପର୍ବତ ବୁଲିଲି । କେଉଁଠି ଗୋଟିଏ ଅଦରକାରୀ ଗଛ ବା ଲତା ଦେଖିଲି ନାହିଁ । ପ୍ରତ୍ୟେକ ଗଛର ଉପକାରିତା ଅଛି । ପ୍ରତ୍ୟେକ ଉଦ୍ଭିଦରେ ଔଷଧଗୁଣ ଭରି ରହିଛି । ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ତ ସବଳ ରଖିବା ସେମାନେ ଜନ୍ମ ନେଇଛନ୍ତି । '
(ଖ) ଚରକ କେଉଁ ଶାସ୍ତ୍ର ଲେଖି ପ୍ରସିଦ୍ଧ ଲାଭ କରିଛନ୍ତି ?
➺ ଚରକ ' ଚରକ ସଂହିତା ' ଶାସ୍ତ୍ର ଲେଖି ପ୍ରସିଦ୍ଧ ଲାଭ କରିଛନ୍ତି ।
(ଗ) ବୃକ୍ଷରୋପଣ ଅଧ୍ବକ ପୁଣ୍ୟକାର୍ଯ୍ୟ ବୋଲି କାହିଁକି କୁହାଯାଇଛି ?
➺ ବୃକ୍ଷ ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ। ତେଣୁ ସୁସନ୍ତାନମାନଙ୍କୁ ଜନ୍ମ ଦେବା ଅପେକ୍ଷା ବୃକ୍ଷରୋପଣ ଅଧିକ ପୂର୍ଣକାର୍ଯ୍ୟ ବୋଲି ପୁରାଣରେ କୁହାଯାଇଛି । ଅତିତକାଳରେ ଲୋକେ ବୃକ୍ଷରୋପଣ କରି ଲୋକେ ଅନନ୍ଦଲାଭ କରୁଥିଲେ ।
(ଘ) ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବୃକ୍ଷଲତା କ’ଣ କରନ୍ତି ?
➺ ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡନ୍ତି ।
(ଙ) ବୃକ୍ଷଲତା ନିକଟରେ ଆମେ ଋଣୀ ବୋଲି କହିବାର କାରଣ କ’ଣ ?
➺ ବାୟୁମଣ୍ଡଳରେ ବିଶୁଦ୍ଧତା , ବୃଷ୍ଟିପାତ , ମୃତ୍ତିକା ସଁରକ୍ଷଣ , ବିଭିନ୍ନ ଖାଦ୍ୟ ପାନୀୟ , ବସ୍ତ୍ର ଓ ବାସଗୃହ ଇତ୍ୟାଦି ପାଇଁ ଆମେ ବୃକ୍ଷଲତା ନିକଟରେ ଏକାନ୍ତ ରୁଣି ଅଟୁ ।
___________________________________________________________________
୨. ଉତ୍ତର ଲେଖ :
(କ) ଆମ ଓଡ଼ିଶାର କେଉଁ ଅଞ୍ଚଳରେ ଅଳ୍ପବୃଷ୍ଟି ହୋଇଥାଏ ?
➺ ଆମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଅଳ୍ପବୃଷ୍ଟି ହୋଇଥାଏ ।
(ଖ) ଜଙ୍ଗଲ କାଟିଦେବାଦ୍ୱାରା ଆମର କି କି କ୍ଷତି ହେଉଛି ?
➺ ଜଙ୍ଗଲ କରିଦେବା ଦ୍ଵାରା ମୂର୍ତ୍ତିକା କ୍ଷୟ ହୋଇ ମାଟି ଶୁଷ୍କ , ଟାଙ୍ଗରା ହୋଇଯାଇଛି । ମରୁଭୂମିରେ ସଂପ୍ରସାରଣ ଘଟୁଛି । ମୂର୍ତ୍ତିକା କ୍ଷୟ ଯୋଗୁଁ ଜଳଭଣ୍ଡାର ଓ ନଦୀଶଯ୍ୟା ପୋତି ହୋଇଯାଇଛି । ଅରଣ୍ୟଲଭ୍ଦ ବହୁ ଔଷଧ , ଖାଦ୍ୟ ଓ କଞ୍ଚାମାଲର ଅଭାବ ବଢ଼ି ଯାଇଛି ।
ଏ ପରିକି ବୁହୁତ ପଶୁପକ୍ଷୀ ଭି ଲୋପ ପାଇ ଗଲେଣି । ବାୟୁମଣ୍ଡଳ ରେ ଅମ୍ଳଜାନ ଗ୍ୟାସ୍ ର ପରିମାଣ ବୃଦ୍ଧିପାଇ ବାୟୁମଣ୍ଡଳ କୁ ପ୍ରଦୂଷିତ କରୁଛି ଏବଂ ଦୃଷ୍ଟିପାତର ପରିମାଣ ହ୍ରାସ ପାଇଁ ମରୁଡି ପରିସ୍ଥିତି ସୃଷ୍ଠି ହେଉଛି ।
(ଗ) ବୃକ୍ଷଲତାକୁ ‘ସବୁଜ ସ୍ଵର୍ଣ’ ବୋଲି କହିବାର ଯଥାର୍ଥତା କ'ଣ ?
➺ ବୃକ୍ଷଲତା ବାୟୁମଣ୍ଡଳର ବିଶୁଦ୍ଧତା ରକ୍ଷା କରେ , ବୃଷ୍ଟିପାତର ପରିମାଣ ବୃଦ୍ଧି କରେ , ମୂର୍ତ୍ତିକୁ ସଂରକ୍ଷଣ କରେ , ବିଭିନ୍ନ ଖାଦ୍ୟ , ପନ୍ୟ ,ବସ୍ତ୍ର , ବାସଗୃହ ଇତ୍ୟାଦି ପ୍ରଦାନ କରେ । ମାନବ ସଭ୍ୟତା ଓ ଜୀବନକୁ ବୃକ୍ଷଲତାର ଦାନ ଅତୁଳନୀୟ । ତେଣୁ ଏହାକୁ ସବୁଜ ସ୍ଵର୍ଣ ବୋଲି କହିଛନ୍ତି ।