India Languages, asked by soumyashreesahoo24, 6 months ago

odia essay on sita rutu​

Answers

Answered by Kristy12
14

Answer:

hope it is helpful to you.....

Explanation:

Mu bi Odia.........

Happy Republic day......

kemiti achho

Attachments:
Answered by Anonymous
2

Answer:

ଶୀତ ଋତୁ

Explanation:

ସୂର୍ଯ୍ୟର ଚତୁର୍ଦ୍ଦିଗରେ ପୃଥିବୀର ବାର୍ଷିକ ପରିକ୍ରମଣ ଚାରିଗୋଟି ଋତୁ ସୃଷ୍ଟିକରେ । ଭୂଶାସ୍ତ୍ରବିତମାନେ ଏହି ଚାରିଗୋଟି ଋତୁକୁ ହିଁ ସ୍ଵିକାର କରନ୍ତି ; କିନ୍ତୁ ଭାରତୀୟମାନେ ପୃଥିବୀର ପରିଭ୍ରମଣ ଭିତ୍ତିରେ ଋତୁ ଗଣନା କରନ୍ତି ନାହିଁ । ପୁରାକାଳରୁ ଭାରତୀୟମାନେ ବାହ୍ୟ ପ୍ରକୃତିର ସ୍ପର୍ଶ ଅନୁଭବ ଭିତ୍ତିରେ ଛଅଗୋଟି ଋତୁ ଗଣନା କରିଛନ୍ତି ‌। ସେଗୁଡକ ହେଲା – ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ । ଋତୁ କ୍ରମରେ ଶୀତଋତୁର ସ୍ଥାନ ପଞ୍ଚମ ହେଲେ ହେଁ ଏଥିରେ ନଥାଏ କୋକିଳର ପଞ୍ଚମତାନ ଅଥବା ଫୁଳଧନୁର ପଞ୍ଚବାଣ । ସାଧାରଣତଃ ପୌଷ ଓ ମାଘ ମାସକୁ ଶୀତଋତୁ ବୋଲି ବିଚାର କରାଯାଇଥିଲେ ମଧ୍ୟ କାର୍ତ୍ତିକ , ମାର୍ଗଶିର, ପୌଷ ଓ ମାଘ ଏହି ଚାରିମାସ ଶୀତର ପ୍ରାଧାନ୍ୟ ଅନୁଭୂତ ହୁଏ । ଟୋପା ଟୋପା ଶିଶିରବିନ୍ଦୁ ଶୀତ ପ୍ରଭାବରେ ଘନୀଭୂତ ହୁଏ । ହିମାଦ୍ରିର ହିମଗହ୍ଵରରୁ ହିମପ୍ରବାହ ବାୟୁମଣ୍ଡଳକୁ ଅଧିକ ଶୀତଳ କରେ ।

ଶୀତଋତୁର ପ୍ରକୃତି –

                         ଶୀତଋତୁର ଶିଶିର ସ୍ନାତା ଧରଣୀରାଣୀ ଅପୂର୍ବ ଶ୍ରୀ ମଣ୍ଡିତା ହୋଇଥାଏ । ଘାସବୁଦା ଓ ନାନାଦି ଗୁଳ୍ମରେ ପଡିଥିବା ଶିଶିରବିନ୍ଦୁ ମୁକ୍ତାଭଲି ଝଟକି ଉଠେ । ଶୀତ କାଳରେ ବିଭିନ୍ନ ପ୍ରକାର ପନିପରିବା, ଫୁଲ, ଫଳ ଓ ରବି ଫସଲ ଅମଳ କରାହୁଏ । ଶୀତଋତୁର ମେଘମୁକ୍ତ ଆକାଶ, ନିର୍ମଳ ଚନ୍ଦ୍ରମଣ୍ଡଳ, ଶୀତସକାଳର ସୂର୍ଯ୍ୟ କିରଣ ପୁଷ୍କରିଣୀର ସ୍ଵଚ୍ଛନିର୍ମଳ ଜଳରେ ତୀରବତ୍ତୀ ବୃକ୍ଷମାନଙ୍କର ପ୍ରତିବିମ୍ଵ କବି ଓ ଭାବୁକ ମନରେ ପୁଲକ ଜାତ କରେ ‌। କାଶତଣ୍ଡୀ ଫୁଲର ମଳିନ ଆଭା ପ୍ରକୃତି ରାଣୀର ଉତ୍ତର ବୟସର ପକ୍ଵକେଶର ଭ୍ରାନ୍ତି ସୃଷ୍ଟି କରେ । ଶୀତ କାଳରେ ଗାଁ ଦାଣ୍ଡ ମୁଣ୍ଡରେ ଶିଶୁ ଓ ବୃଦ୍ଧାବୃଦ୍ଧା ମାନଙ୍କର ନିଆଁଜାଳି ଜାଡକଷ୍ଟରୁ ରକ୍ଷାପାଇବାର ଦୃଶ୍ୟ ମନୋହର ମନେହୁଏ । ସନ୍ଧ୍ୟା ସମୟରେ ଗାଁ ଦାଣ୍ଡ ମୁଣ୍ଡ ଭାଗବତ ଘରେ ଭାଗବତ ପାଠ ¬- ହରିନାମ କୀର୍ତ୍ତନ ଶୀତ ସନ୍ଧ୍ୟାକୁ ପୂତ ପର୍ବତ କରିଥାଏ ।

ଶୀତଋତୁର ଫୁଲଫଳ –

                         ଶୀତଋତୁରେ ବିଭିନ୍ନ ପ୍ରକାରର ଫୁଲ ଯଥା – ଗେଣ୍ଡୁ, ଗଙ୍ଗଶିଉଳି, ତରାଟ, ସୋରିଷ, ଗୋଲାପ, ଡାଲିଆ ଆଦି ଫୁଲ ଫୁଟେ ‌। ଏହି ସମୟରେ ଧାନକ୍ଷେତରେ ସୁନାର ହାଟବସେ କହିଲେ ଅତ୍ୟୁକ୍ତ ହେବ ନାହିଁ । କୃଷକ ମନଫୁଲିଆ ଗୀତ ଗାଈ ଧାନକାଟି ଶଗଡରେ ଅବା ବାହୁଙ୍ଗୀରେ ବହନ କରି ଆସୁଥିବାର ଦୃଶ୍ୟ ଗାଁ ଦାଣ୍ଡକୁ ପରିପୂର୍ଣ୍ଣ କରିଥାଏ । ବିଲବାଡିରେ ବିଭିନ୍ନ ପ୍ରାକରର ଫସଲ ଲାଗିଥାଏ । ଆଳୁ, ମୂଳା, ଫୁଲକୋବି, ବନ୍ଧାକୋବି, ଉଲକୋବି, ବାଇଗଣ ବିଲାତି, ବିଭିନ୍ନ ପ୍ରକାର ଶାଗ, ମୁଗ, ବିରି, କୋଳଥ ଓ ସୋରିଷ ଶୋଭା ଦେଖିଲେ ପ୍ରାଣ ଭରିଉଠେ ।

Similar questions