India Languages, asked by rani773654, 7 months ago

ଛାତ୍ର ଜୀବନ ଓ ଶୃଙ୍ଖଳା ofia essay ....
plz some of you please send ​

Answers

Answered by msjayasuriya4
4

Answer:

ମାଟିର ମହାକବି ସଚ୍ଚି ରାଉତରାୟ – ଆଧୁନିକ ଓଡ଼ିଆ କବିତାର ବରେଣ୍ୟ କର୍ଣ୍ଣଧାର

Subhashree Nayak Subhashree Nayak

5 months ago

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧୁନିକ ଓଡ଼ିଆ କବିତାର ଜନ୍ମଦାତା ସଚ୍ଚିଦାନନ୍ଦ ରାଉତରାୟ ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରଭାବଶାଳୀ ପ୍ରାବନ୍ଧିକ, ଓ ସମାଲୋଚକ। ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିର ସ୍ମରଣୀୟ।

‘‘ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଁ ଟି’’, ସଚ୍ଚିଦାନନ୍ଦ ରାଉତରାୟଙ୍କ ଏହି ଆବେଗପୂର୍ଣ୍ଣ କବିତା ସମସ୍ତଙ୍କ ପାଇଁ ଅଭୁଲା ହୋଇ ରହିଛି। ଗାଁ ମାଟିକୁ ପ୍ରାଣଭରି ଭଲ ପାଉଥିବା ମଣିଷଟିଏ ଥିଲେ ସଚ୍ଚି ରାଉତରାୟ। ଆଧୁନିକ ଓଡ଼ିଆ ସାହିତ୍ୟରେ ନବଦିଗନ୍ତର ବରେଣ୍ୟ କବି ଭାବେ ସେ ଥିଲେ ପରିଚିତ। ଆଜି ସେହି ଯୁଗସ୍ରଷ୍ଟା ମହାନ କବିଙ୍କର ଜନ୍ମ ବାର୍ଷିକୀ। ଏହି ଅବସରରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜନ୍ମ ବାର୍ଷିକୀ ପାଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।

୧୯୧୬ ମସିହା, ମାର୍ଚ୍ଚ ୧୩ ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ଗାଁରେ ଜନ୍ମ ହୋଇଥିଲେ ସେ । ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଆନ୍ଦୋଳନର ସେ ଅନ୍ୟତମ ପ୍ରବକ୍ତା। ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ କରି ଓଡ଼ିଆ ସାହିତ୍ୟରେ ସେ ଆଣିଥିଲେ ପରିବର୍ତ୍ତନ।

‘‘କବି ସଚ୍ଚିଦାନନ୍ଦ ରାଉତରାୟ ଆଧୁନିକ ଓଡ଼ିଆ କବିତାର ଜନ୍ମଦାତା। ସମଗ୍ର ବିଶ୍ୱରେ କାବ୍ୟ ଜଗତରେ ଯେଉଁ ନୂତନ ପରିବର୍ତ୍ତନ ଆସିଥିଲା, ସେହି ନୂତନ ପ୍ରୟୋଗଗୁଡ଼ିକୁ ସେ ଅତି ଚମତ୍କାର ଭାବେ ନିଜ କବିତାରେ ସଂଯୋଗ କରିଥିଲେ। ସେ ହାସ୍ୟ ରସାତ୍ମକ କବିତା ‘ହସନ୍ତ’, ଗାଁ ମାଟିର କବିତା ‘ଅଭିଯାନ’, ସହର ଓ ଗ୍ରାମ୍ୟ ଜୀବନ ଭିତରେ ଦ୍ୱନ୍ଦ୍ୱ ‘ଭାନୁମତୀର ଦେଶ’ ରଚନା କରିଥିଲେ। ପରେ ପରେ ସେ ପାଣ୍ଡୁଲିପି ରଚନା କଲା ବେଳେ ପ୍ରଗତି ଲେଖକ ସମିତି ଗଢ଼ିଥିଲେ। ସାହିତ୍ୟ ଓ ଓଡ଼ିଆ କବିତାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ। ସେଥିପାଇଁ ତାଙ୍କୁ ଯୁଗ ସ୍ରଷ୍ଟା କବି କହିଲେ ଭୁଲ ହେବ ନାହିଁ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରି ହର ମିଶ୍ର।

Similar questions