World Languages, asked by hemantkujoshi, 7 months ago

ମଧୁ ବାବୁ ର ବିଷଯରେ ଯାହା ଯାଣିଛ ଲେଖ​

Answers

Answered by sujatapinkyhota
2

Answer:

ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର,[୨] ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।[୩] ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-

ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ

ମଧୁସୂଦନ ଦାସ

ଜନ୍ମ ଓ ଜନ୍ମସ୍ଥାନ୨୮ ଅପ୍ରେଲ ୧୮୪୮

ସତ୍ୟଭାମାପୁର, କଟକ ଜିଲ୍ଲାମୃତ୍ୟୁ୪ ଫେବୃଆରୀ ୧୯୩୪(ବୟସ ୮୫)ବୃତ୍ତିଅଧ୍ୟାପକ, ବାରିଷ୍ଟରଜାତୀୟତାଭାରତୀୟଶିକ୍ଷାଏମ.ଏ. ଏଲ.ଏଲ.ବି.ଶିକ୍ଷାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟଜୀବନ ସାଥିସୌଦାମିନୀସନ୍ତାନଶୈଳବାଳା ଦାସ (ପାଳିତ କନ୍ୟା)[୧]ବାପା ବୋଉଚୌଧୁରୀ ରଘୁନାଥ ଦାସ ଓ ପାର୍ବତୀ ଦେବୀଜ୍ଞାତି କୁଟୁମ୍ବରମାଦେବୀ ଚୌଧୁରୀ (ଝିଆରି)ଦସ୍ତଖତ " ପାଠ ପଢିବି ଓକିଲ ହେବି ମଧୁବାବୁ ସଙ୍ଗେ ଲଢିବି । ଜାତି ଡ।କ ଶୁଣି ଛାତିଫୁଲେଇ ମୁଁ କାଳିଆ ଘୋଡାରେ ଚଢିବି ।"

ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ ଫକୀର ମୋହନ ଲେଖିଥିଲେ - " ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ ଉତ୍କଳ ମାତାର ଯୋଗ୍ୟ ସନ୍ତାନ ଦେଲ ଉତ୍କଳଙ୍କୁ ନବ ଜୀବନ ଶିଖାଇଲ ଲୋକେ ଜାତି ବନ୍ଦନ । "

Answered by Anonymous
1

ମଧୁ ବାବୁ ର ବିଷଯରେ ଯାହା ଯାଣିଛ ଲେଖ

କିମ୍ବଦନ୍ତୀ, ପୁରାଣ ବର୍ଣ୍ଣିତ ତଥ୍ୟ ଓ ଇତିହାସକୁ ଅବଲୋକନ କଲେ ଯାହା ଜଣାପଡେ, ଅନେକ ବର୍ଷ ପୂର୍ବେ ଓଡ଼ିଶାକୁ ଶାସନ କରୁଥିବା ... ଚୈତ୍ର ପୂର୍ଣିମା ଦିନ ପୂଜା ପାଇଁ ତା'ର ପରଦିନ ଜାତିର ପରିଚ୍ଛାଙ୍କ ଗୃହକୁ ଯାଇ ସେଠାରୁ ପଣା ଭୋଗ ଖାଇ ରାଜାଙ୍କ 

Similar questions