ଷିପ୍ତ ଉତ୍ତରମୂଳକ ପ୍ରଶ୍ନ
କବି ସମଗ୍ର ଭୂବନକୁ କାହିଁକି ଭୟଙ୍କର ମରୁଭୂମି ବୋଲି କହିଛନ୍ତି ?
Answers
Answer:
hope it's helpful to you mark as branliest please
Explanation:
ଶ୍ରୀକ୍ଷେତ୍ରରେ ଶୀଜୀଉମାନଙ୍କର ବିଭିନ୍ନ ବେଶ ହୋଇଥାଏ। ସେହି ବେଶମାନଙ୍କ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୫ ଥର ସୁନାବେଶ ହୋଇଥାଏ। ରଥ ଉପରେ ହେଉଥିବା ସୁନାବେଶରେ ମହାପ୍ରଭୁ ମହଣ ମହଣ ସୁନାରେ ସଜ୍ଜିତ ହୋଇଥା’ନ୍ତି। ଏହି ବେଶ ଦେଖିବା ପରେ ଭକ୍ତମାନଙ୍କ ମନରେ ପ୍ରଶ୍ନ ଉଠେ କି ମହାପ୍ରଭୁଙ୍କର ଏହି ବେଶ କାହିଁକି ହୁଏ, ଏତେ ସୁନା କେଉଁଠୁ ଆସିଲା ଏଭଳି ଅନେକ ପ୍ରଶ୍ନ।
ଜାଣନ୍ତୁ ଶ୍ରୀକ୍ଷେତ୍ରରେ ସୁନାବେଶ ପଛର ଐତିହାସିକ ଦିଗ ବିଷୟରେ:
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସର୍ବମୋଟ୍ ୬ଥର ସୁନାବେଶ ହୋଇଥାଏ। ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଉଥିବା ସୁନାବେଶ ସବୁଠୁ ବଡ଼ ଏବଂ ବ୍ୟାପକ। ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ମାଘ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା. ଦଶହରା ପ୍ରଭୃତି ଅବସରରେ ରାଜବେଶ, ରାଜା ରାଜେଶ୍ୱର ଆଦି ବେଶରେ ସଜ୍ଜିତ ହୁଅନ୍ତି। ଏହି ୫ଟି ବେଶ ସିଂହାସନ ଉପରେ ହୁଏ। କିନ୍ତୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ୍ ବାହୁଡ଼ା ପରଦିନ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରରେ ଦଣ୍ଡାୟମାନ ଥିବା ତିନି ରଥ ଉପରେ ଆକର୍ଷଣୀୟ ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।
ସଂସ୍କୃତି ବିଶେଷଜ୍ଞ ପ୍ରଫେସର୍ ରଜତ କୁମାର କର
‘‘ସୁନାବେଶ ରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା। କପିଳେନ୍ଦ୍ର ଦେବ କୃଷ୍ଣାନଦୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କର କିରିଟୀ, ମୁକୁଟ, ସିଂହାସନ ଏବଂ ସୁନା ୧୬ଟି ହାତୀ ପିଠିରେ ବୋଝେଇ ଆଣିଥିଲେ। ସେହି ସୁନାକୁ ନିଜ କାର୍ଯ୍ୟରେ ନ ଲଗାଇ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଇଥିଲେ। ସେହି ସୁନାରେ ପ୍ରଭୁଙ୍କର ସୁନା ଅଳଙ୍କାର ତିଆରି ହୋଇଛି’’, ଏକ ସାକ୍ଷାତକାରରେ ଓଡ଼ିଶାଲାଇଭ୍କୁ କହିଥିଲେ ପ୍ରଫେସର୍ ରଜତ କୁମାର କର।
କିମ୍ବଦନ୍ତୀରେ ଅଛି ଯେ ରଥ ଉପରେ ଏହି ବେଶର ନାମ ତଡ଼ଉ ବେଶ। କପିଳେନ୍ଦ୍ର ଦେବଙ୍କ ସେବକ ତଡ଼ଉ ବିନତି କରିଥିଲେ ଯେ ରତ୍ନବେଦୀରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରିପାରୁ ନାହାନ୍ତି, ତେଣୁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ କରାଯାଉ। ଯାହାଫଳରେ ସବୁବର୍ଗରେ ଭକ୍ତମାନେ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶକୁ ଦର୍ଶନ କରିପାରିବେ। ସେବେଠୁ କପିଳେନ୍ଦ୍ର ଦେବ ରଥ ଉପରେ ସୁନାବେଶର ଆରମ୍ଭ କରିଥିଲେ। ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କର କିରିଟୀ, ମୁକୁଟ, ସିଂହାସନ ଏବଂ ସୁନା ଆଣି ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଇଥିଲେl
‘‘ମହାପ୍ରଭୁ ନିରାକାର, ନିରଞ୍ଜନ, ପରବ୍ରହ୍ମ। ତାଙ୍କୁ କେହି ଛୁଇଁପାରିବେନି। ମହାପ୍ରଭୁଙ୍କର ମସ୍ତଷ୍କ ନାହିଁ, ପାଦ ନାହିଁ, ଆଙ୍ଗୁଳି ନାହିଁ। ସେଥିପାଇଁ ତାଙ୍କ ପାଇଁ ସୁନାର ହାତ ଲାଗିଲା, ତାଙ୍କର ପୟର ଲାଗିଲା। ସୁଭଦ୍ରାଙ୍କର କାନ ନାହିଁ, ସେଥିପାଇଁ ସୁନାର କାନ ଲାଗିଲା, କାନରେ କୁଣ୍ଡଳ ଲାଗିଲା’’, କହି କହିଥିଲେ ଶ୍ରୀ କର।