ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର
Answers
Archimedes' principle states that the upward buoyant force that is exerted on a body immersed in a fluid, whether fully or partially, is equal to the weight of the fluid that the body displaces. Archimedes' principle is a law of physics fundamental to fluid mechanics. It was formulated by Archimedes of Syracuse.
.
mate odia kahiba ase kintu ete bhala re bhuji parene !
can u please tell in english
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପାଇଁ ଅଯୋଧ୍ୟା ଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଉପଲକ୍ଷେ ବ୍ୟାସନଗର ପୌରାଞ୍ଚଳସ୍ଥିତ ଫେରୋକ୍ରମ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ପରିସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଯୋଧ୍ୟାରେ ଏକ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ଲାଗି ଆଜି ସଂସଦରେ ଏକ ଟ୍ରଷ୍ଟର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, “ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମ ସରକାର ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ ଗଠନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ଟ୍ରଷ୍ଟ ଅଯୋଧ୍ୟାରେ ଏକ
ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱାଧୀନ ଭାବେ ସମସ୍ତ ପ୍ରକାର ନିଷ୍ପତ୍ତି ନେବ।”
ପ୍ରଧାନମନ୍ତ୍ରୀ କହିଛନ୍ତି, ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ପାଞ୍ଚ ଏକର ଜାଗା ସୁନି ୱାକଫ୍ ବୋର୍ଡକୁ ପ୍ରଦାନ କରିବା ଲାଗି ଅନୁରୋଧ କରିଛନ୍ତି ଏବଂ ରାଜ୍ୟ ସରକାର ଏହି ଅନୁରୋଧ ରକ୍ଷା କରିଛନ୍ତି । ଆମ ସମସ୍ତଙ୍କୁ ଜଣା ଯେ, ପ୍ରଭୂ ଶ୍ରୀରାମ ଏବଂ ଅଯୋଧ୍ୟାର ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ଆଦର୍ଶ ଉପରେ ଗଭୀର ପ୍ରଭାବ ରହିଛି । ଭବିଷ୍ୟତରେ ବହୁ ଭକ୍ତ ଶ୍ରୀରାମ ଲାଲାଙ୍କୁ ଶ୍ରଦ୍ଧାସୁମନ ଜଣାଇବା ପାଇଁ ଅଯୋଧ୍ୟା ଆଗମନ କରିବେ । ଏହାକୁ ଦୃଷ୍ଟିରେ ରଖି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି । ଏହା ନିଷ୍ପତ୍ତି ହୋଇଛି ଯେ, ସମସ୍ତ 67.703 ଏକର ଜମିକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନାମରେ କରିଦିଆଯିବ ।
ସୁପ୍ରିମ କୋର୍ଟଙ୍କ ଅଯୋଧ୍ୟା ରାୟ ପରେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବା ଲାଗି ଦେଶବାସୀଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତବାସୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପ୍ରକ୍ରିୟା ଉପରେ ଯେଉଁ ଗଭୀର ଆସ୍ଥା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ମୁଁ 130 କୋଟି ଭାରତୀୟଙ୍କୁ ଅଭିବାଦନ ଜଣାଉଛି । ସମସ୍ତ ଭାରତୀୟ ଗୋଟିଏ ପରିବାର ସଦୃଶ । ଏହାହିଁ ଭାରତର ମହାନ ପରମ୍ପରା । ଆମେ ସମସ୍ତ ଭାରତୀୟଙ୍କ ଖୁସି ଓ ସମୃଦ୍ଧି କାମନା କରୁ । ଆମେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ର ନେଇ ପ୍ରତ୍ୟେକ ନାଗରିକର ବିକାଶ ଦିଗରେ କାର୍ଯ୍ୟରତ । ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ଦିଗରେ କାର୍ଯ୍ୟ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।