India Languages, asked by kpendraprasadnaidu, 1 month ago

5. ପ୍ରବନ୍ଧ ଲେଖ । କ. ସାକ୍ଷରତାଖ. this is odisha odia language please solve my question it is very urgent please ​

Attachments:

Answers

Answered by Bikash5574
1

ଅଂଶୁଘାତ ଓ ତାର ପତିକାର

ଚୈତ୍ରରୁ ଅଷାଢ ପର୍ଯ୍ୟନ୍ତ ଅନୁଭୂତ ଋତୁକୁ ଗ୍ରୀଷ୍ମ ଋତୁ କୁହାଯାଏ । ଗ୍ରୀଷ୍ମଋତୁରେ ପ୍ରବଳ ଖରା ଓ ଗରମ ପବନ ବା "ଲୁ" ପ୍ରବାହିତ ହୋଇଥାଏ । ଗ୍ରାମ୍ୟ ଜୀବନଠୁ ସହରରେ ଏହି ଗ୍ରୀଷ୍ମ ପ୍ରବାହ ଅଧିକରୁ ଅଧିକ ଅନୁଭୂତ ହୋଇଥାଏ । ସହରରେ ପ୍ରାୟତଃ ସମସ୍ତେ ନିଜ ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହିଥାନ୍ତି । ପରିବାର ପୋଷଣ ନିମନ୍ତେ ଖରା ହଉ ଅବା ବର୍ଷା ସମସ୍ତଙ୍କୁ ଦୌଡିବାକୁ ପଡେ । ଏହା ଭିତରେ ସମସ୍ତେ ନିଜ ସ୍ବାସ୍ଥ୍ୟର ଧ୍ୟାନ ନେବାକୁ ଭୁଲିଯାନ୍ତି । ଗ୍ରୀଷ୍ମଋତୁରେ ପ୍ରବଳ ଖରା ଓ ଗରମ ପବନ ପାଇଁ "ଅଂଶୁଘାତ" ବା Sunstroke/Heatstroke ହେବାର ସମ୍ଭାବନା ବହୁଳ ଥାଏ । ଅଂଶୁଘାତ ହେବାର ମୁଖ୍ୟ କାରଣ, ଲକ୍ଷଣ, ତୁରନ୍ତ ପ୍ରତିକାର, ଘରୋଇ ପ୍ରତିକାର ଇତ୍ୟାଦି ବିଷୟରେ ସମସ୍ତଙ୍କୁ ଜାଣିବା ଆବଶ୍ୟକ ।

ଲକ୍ଷଣ: ଅଂଶୁଘାତ ହେବାର ମୁଖ୍ୟ ଲକ୍ଷ୍ୟଣ ହେଲା, ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇବା, ବାନ୍ତି ହେବା, ଅତ୍ୟଧିକ ଜ୍ଵର ହେବା, ଶ୍ଵାସକ୍ରିୟାରେ ଅସୁବିଧା, ହାଲିଆ ଲାଗିବା ଇତ୍ୟାଦି ।

ମୁଖ୍ୟ କାରଣ:

ଅତ୍ୟଧିକ ଖରା ବା ସୂର୍ଯ୍ୟକିରଣରେ କାମ କରିବା, ଗରମ ପବନ "ଲୁ" ସଂସ୍ପର୍ଶରେ ଆସିବା ଦ୍ଵାରା ଅଂଶୁଘାତ ହେବାର ସମ୍ଭାବନା ଥାଏ । କିନ୍ତୁ ଏହା ଛଡା ନିର୍ଜଳିକରଣ (Dehydration), ରକ୍ତରେ ଶର୍କରା (Sugar) ଭାଗ କମିଯିବା, ଉଚ୍ଚ ରକ୍ତଚାପ ଇତ୍ୟାଦି ଦ୍ଵାରା ଅଂଶୁଘାତ ହେବାର ସମ୍ଭାବନା ଥାଏ ।

ଅଂଶୁଘାତଠୁ ଦୂରେଇ ରହିବା ନିମନ୍ତେ କ'ଣ କରିବେ ଓ କ'ଣ କରିବେ ନାହିଁ:

ଘରୁ ବାହାରିବା ଆଗରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଏକ ବୋତଲରେ ପାଣି ନିଅନ୍ତୁ ।

ଘରୁ ପଦାକୁ ଯିବା ଆଗରୁ ମୁଣ୍ଡରେ ଓଦା ଗାମୁଛା/କପଡା ପକାନ୍ତୁ ।

କଳା/ଗାଢ ରଙ୍ଗର ପୋଷାକ ପରିବର୍ତ୍ତେ ଧଳା ପୋଷାକ ପିନ୍ଧିକରି ବାହାରକୁ ଯାଅନ୍ତୁ ।

ଛତା, ଜୋତା ଓ କଳା ଚଷମା (Sun glass) ବ୍ୟବହାର କରନ୍ତୁ ।

ପଇଡପାଣି, ଲେମ୍ବୁ ପାଣି, ଦହି ସରବତ, ତୋରାଣି ଯଥେଷ୍ଟ ପରିମାଣରେ ପିଅନ୍ତୁ ।

ହାଲିଆ ଲାଗିଲେ ଛାଇ ଯାଗା କିମ୍ବା ଫ୍ୟାନ (ପଙ୍ଖା) ତଳେ ବସନ୍ତୁ କିମ୍ବା ଅଳ୍ପ ସମୟ ବିଶ୍ରାମ କରନ୍ତୁ ।

ନିର୍ଜଳିକରଣ (Dehydration) ଅନୁଭୂତ ହେଲେ ଇଲେକ୍‌ଟ୍ରୋଲାଇଟ/ଓ.ଆର.ଏସ. ଦ୍ରବଣ ପିଅନ୍ତୁ ।

ଟିଣ ଆଜବେଷ୍ଟସ ଘରେ ନଡା/ଛଣ ବିଛାନ୍ତୁ ।

ଟାଣ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ।

ଖରାବେଳେ ପଦାକୁ ବାହାରନ୍ତୁ ନାହିଁ ।

ବିନା ଛତା, ଜୋତା ଓ ପାଣି ବୋତଲରେ ବାହାରକୁ ବାହାରନ୍ତୁ ନାହିଁ ।

ଏହି ସମୟରେ ମାଦକ ଦ୍ରବ୍ୟ, ମଦ୍ୟପାନ ଇତ୍ୟାଦି ସେବନ କରନ୍ତୁ ନାହିଁ ।

ଖରାଦିନରେ ବ୍ରତ, ଉପବାସ କରନ୍ତୁ ନାହିଁ ।

ଛୋଟ ପିଲାମାନଙ୍କୁ ଖରାବେଳେ ବାହାରକୁ ଖେଳିବା ପାଇଁ ଛାଡନ୍ତୁ ନାହିଁ ।

ବୟସ୍କ ବ୍ୟକ୍ତି, ବୃଦ୍ଧ/ବୃଦ୍ଧା, ଗର୍ଭବତୀ ମହିଲା ମାନଙ୍କୁ ଖାଲି ପେଟରେ ରହିବା ପାଇଁ ଦିଅନ୍ତୁ ନାହିଁ ।

ଅଂଶୁଘାତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରାନ୍ତୁ, ତାଙ୍କ ଦେହରେ ବରଫ ଘଷନ୍ତୁ ନାହିଁ ।

ଘରୋଇ ପ୍ରତିକାର

ଖରାଦିନେ ପାଚିଲା ଆମ୍ବା ରସ, ତରଭୁଜ ଓ ଅନ୍ୟାନ୍ୟ ଫଳରସ ପ୍ରଚୁର ପରିମାଣରେ ପିଅନ୍ତୁ । ଦେହରୁ ଜଳୀୟ ଅଂଶ ମାତ୍ରା କମିଗଲେ ତୁରନ୍ତ ଇଲେକଟ୍ରୋଲାଇଟ/ଓ.ଆର.ଏସ. ଦ୍ରବଣ ପିଅନ୍ତୁ । ଖରାଦିନେ ଓଡ଼ିଆଙ୍କ ପ୍ରିୟ ଦହି ପଖାଳ ସେବନ କରିବା ସହ ଦହି ସରବତ, ଚିନି-ଲୁଣ ପାଣି ପିଅନ୍ତୁ ।

Similar questions