Sociology, asked by sreelekhasunil08, 24 days ago

ഭുമിയിലായിരിക്കുമ്പോൾ ഒരു കീറ ആകാശവും ആകാശത്തിലിരിക്കുമ്പോൾ ഒരുപിടി മണ്ണും മനസ്സിൽ സൂക്ഷിക്കുക. ഭൂമിയിൽ നിങ്ങൾ തളിർക്കും ആകാശത്തിലും വേരു പടരും. ആശയം​

Answers

Answered by roshni542
3

Explanation:

ଉପକ୍ରମ: ସାଧାରଣତଃ ପର୍ବ ବା ଉତ୍ସବଗୁଡିକ ସାମାଜିକ ଜୀବନକୁ ନୂତନ ଉତ୍ସାହ, ଉଦ୍ଦୀପନା ଓ ଚେତନା ପ୍ରଦାନ କରିଥାନ୍ତି । ସେହିପରି କେତୋଟି ମୁଖ୍ୟପର୍ବ ମଧ୍ୟରୁ ଦୀପାବଳୀ ଅନ୍ୟତମ । ଦୀପାବଳୀ ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ପ୍ରତିବର୍ଷ ଭାରତ ସହିତ ଅନ୍ୟ ପ୍ରମୁଖ ଦେଶମାନଙ୍କରେ ମଧ୍ୟ ଏହା ମହାଆଡମ୍ବରରେ ପାଳନ କରାଯାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଦୀପାବଳୀ ଉତ୍ସବ ପାଳିତ ହୁଏ

ଦୀପାବଳୀର ପୃଷ୍ଠଭୂମି: ଭାରତରେ ପାଳନ କରାଯାଉଥିବା ପ୍ରତ୍ୟେକ ପର୍ବ ସହିତ କୌଣସି ନା କୌଣସି ପୌରାଣିକ ଘଟଣାବଳୀ ସମ୍ପୃକୁ । କଥୁତ ଅଛି, ଏହିଦିନ ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ ଓ ମାତା ସୀତା ଚଉଦ ବର୍ଷ ବନବାସ ସମାପ୍ତ କରି ଅଯୋଧ୍ୟାକୁ ଫେରିଥିଲେ । ରାମଚନ୍ଦ୍ରଙ୍କ ଆଗମନରେ ଅଯୋଧ୍ୟାବାସୀ ଦ୍ବାରେ ଦ୍ରାରେ ଦୀପ ଜାଳି ତାଙ୍କ ସ୍ବାଗତ କରିଥିଲେ । ଏହି ଦିନଟିକୁ ମନେରଖୁବା ପାଇଁ ଦୀପାବଳୀ ପର୍ବ ପାଳନ କରାଯାଏ । ଆହୁରି ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣ ଏହିଦିନ ନରକାସୁର ରାକ୍ଷସକୁ ବଧ କରିଥିଲେ । ଏହିଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଆବିର୍ଭାବ ହୋଇଥିଲେ, ସେଥିପାଇଁ ଦୀପାବଳୀ ସହ ଲକ୍ଷ୍ମୀ ପୂଜନ ସଂଶ୍ଳିଷ୍ଟ । ଉତ୍ସବ ପାଳନ: ଦୀପାବଳୀ ଦିନ ଘର, ବାହାର, ଚାରିଆଡ଼ ସଫାସୁତୁରା କରାଯାଏ, ଲୋକମାନେ ନୂଆ ପୋଷାକ ପରିଧାନ କରନ୍ତି । ଏହିଦିନ ଦେବୀ ଲକ୍ଷ୍ମୀ, ଗଣେଶଙ୍କର ପୂଜାର୍ଚ୍ଚନା କରାଯାଏ ଘରେ ଘରେ ଖୁରି, ପିଠା, ମିଠା ଏବଂ ଅନ୍ୟ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ସନ୍ଧ୍ୟା ହେବାମାତ୍ରେ ଚାରିଆଡ଼େ ମାଳ ମାଳ ଦୀପସବୁ ଜଳିଉଠେ । ଆଲୋକ ମାଳାରେ ଘର ସବୁ ସଜା ହୋଇଥାଏ । ଅମାବାସ୍ୟାର ଘନ ଅନ୍ଧାର ରାତି ଦିନ ପରି ମନେହୁଏ । ଏହାପରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦିଆଯାଏ । କାଉଁରିଆ କାଠି ଜଳାଇ ପିତୃପୁରୁଷ ବା ବଡ଼ବଡ଼ିଆଙ୍କୁ ଆହ୍ବାନ କରାଯାଏ ।

ଏହାପରେ ଆରମ୍ଭ ହୁଏ ବାଣଫୁଟା । ଫୁଲଝରି, ତାଳଫୋଟକା, ଘଡ଼ିବାଣ, ହାବେଳି, ରକେଟ୍ ଆଦି ବାଣ ଫୁଟାଇ ପିଲାଠାରୁ ବଡ଼ଯାଏ ଆନନ୍ଦ ଅନୁଭବ କରନ୍ତି । ଦୀପ ଜଳାଇବା ଓ ବାଣ ଫୁଟାଇବା ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ । ବର୍ଷାଋତୁରେ ମଶା, ମାଛି ଓ ଅନ୍ୟାନ୍ୟ କୀଟପତଙ୍ଗମାନଙ୍କର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଏ । ସମୂହ ଭାବରେ ଦୀପ ଜାଳିବା ଦ୍ବାରା ବହୁ ସଂଖ୍ୟାରେ ଅନିଷ୍ଟକାରୀ କୀଟପତଙ୍ଗ, ମଶା, ମାଛି ପ୍ରାଣ ହରାଇଥାନ୍ତି ।

ଉପସଂହାର: ଏହା ସଂସ୍କୃତିକ ତଥା ସାମାଜିକ ପର୍ବ । ଦୀପାବଳୀର ବାତାବରଣରେ ସ୍ବଚ୍ଛ ପବିତ୍ର ପୃଥୁବୀ ପ୍ରକାଶିତ ହୁଏ । ଦୀପର ଆଲୋକରେ ବାହାର ଯେମିତି ଆଲୋକିତ ହୁଏ, ଅନୁର ମଧ୍ୟ ସେମିତି ପବିତ୍ର ହୁଏ । ସାମାଜିକ ଜୀବନକୁ ସୁଦୃଢ ଓ ମଧୁମୟ କରିବା ପାଇଁ ଦୀପାବଳୀର ଭୂମିକା ଗୁରୁତ୍ବପୂର୍ଣ୍ଣ ।

Similar questions